ଘାଟିରୁ ଗାଡି ଓଲଟି ଜଣେ ମୃତ, ୭ ଆହତ

0

କେନ୍ଦୁଝର : ଘାଟିରୁ ଗାଡି ଓଲଟି ଜଣଙ୍କ ମୃତ୍ୟୁ ହେବା ସହ ୭ଆହତ ହୋଇଛନ୍ତି। ଏପରି ଘଟଣା ସୋମବାର ବିଳମ୍ବିତ ରାତିରେ କେନ୍ଦୁଝର ଜିଲା କାଞ୍ଜିପାଣି ଥାନା ଅନ୍ତର୍ଗତ କାଞ୍ଜିପାଣି-ତେଲକୋଇ ରାସ୍ତା କାଞ୍ଜିପାଣି ଘାଟି​‌ରେ ଘଟିଛି। ମୃତକ ହେଉଛନ୍ତି ଛତିଶଗଡର ଧରମ ଯାଦବ। ଆହତମାନଙ୍କୁ ଉଦ୍ଧାର କରାଯାଇ କେନ୍ଦୁଝର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, କେନ୍ଦୁଝର ତେଲକୋଇରୁ ଆସୁଥିବା ଏକ ନଳକୂପ ଖୋଳା ଗାଡି ଭାରସାମ୍ୟ ହରାଇ କାଞ୍ଜିପାଣି ଘାଟି ନିକଟରେ ଓଲଟି ପଡିଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ଜଣ ଆହତ ହୋଇଛନ୍ତି। ଖବର ପାଇ କାଞ୍ଜିପାଣି ଓ ତେଲକୋଇ ପୁଲିସ ଏବଂ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

Leave A Reply