ଅଗ୍ନିକାଣ୍ଡରେ ୩ବଖରା ଜଳିଗଲା, ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ

0

ନେମାଳ : ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ଉତ୍ତରକୁଳ ପଞ୍ଚାୟତ ସଂଗ୍ରାମପୁର ଗ୍ରାମର ମହେଶ୍ୱର ବେହେରାଙ୍କ ଘରେ ଏକ ଭୟାବହ ଅଗ୍ନିକାଣ୍ଡରେ ୩ବଖରା ଘର ଜଳିଯାଇଥିବା ଜଣାପଡିଛି।ଖବର ଅନୁଯାୟୀ ଶୁକ୍ରବାର ସଂନ୍ଧ୍ୟା ୭.୩୦ ସମୟରେ ବିଦ୍ୟୁତ ସର୍ଟସର୍କିଟ ଯୋଗୁ ଅଗ୍ନିକାଣ୍ଡ ଘଟିଥିବାରୁ  ଚାଳଘର ନଡା ଉସ୍ମିତ ହୋଇଥିବାରୁ ଅଚାନକ ୪ବଖରା ଘର ଖାଦ୍ୟ ଶସ୍ୟ,ଆସବାବ ପତ୍ର ସମେତ ବହୁ ମୂଲ୍ୟବାନ ଜିନିଷ ପତ୍ର ପୋଡି ଯାଇଥିଲା। ଖବର ପାଇ ବହୁ ବିଳମ୍ବରେ ଦମକଳ କେନ୍ଦ୍ର ବାହିନୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ନିଆଁକୁ ଆୟତ୍ତ କରିବା ପୂର୍ବରୁ ସବୁକିଛି ପୋଡି ପାଉଁଶ ହୋଇଯାଇଥିଲା।ତେବେ ତହସିଲ ପକ୍ଷରୁ କୈାଣସି ସହଯୋଗ ଯୋଗାଇ ଦିଆଯାଇନଥିବା ବେଳେ  ଅଞ୍ଚଳର ଯୁବନେତା ତଥା ସମାଜସେବୀ ପ୍ରଦିପ୍ତ କୁମାର ବେହେରା ପହଞ୍ଚି ପାଲ,ଲୁଗା ଓ ସୁଖିଲା ଖାଦ୍ୟ ପ୍ରଦାନ କରିଥିଲେ। ତେବେ ତୁରନ୍ତ ମୋ କୁଡିଆରେ ଏହି ବିପନ୍ନ ବ୍ୟକ୍ତିକୁ ସାମିଲ କରିବାପାଇଁ ବିଭିନ୍ନ ମହଲରେ ଦାବି ହୋଇଛି।

Leave A Reply