ସଡ଼କ ଦୁର୍ଘଟଣାରେ ୨ ମୃତ ୨ ଗୁରୁତର

0

ଧର୍ମଗଡ଼ : କଳାହାଣ୍ଡି ଜିଲା ଜୟପାଟଣା ସହର ନିକଟରେ ବାନେର ଠାରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଏହାସହ ଦୁଇ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।
ସୂଚନା ଅନୁଯାୟୀ , ବୁଧବାର ରାତିରେ ଦ୍ରୁତ ଗତିରେ ଜୟପାଟଣା ଆଡ଼କୁ ଆସୁଥିବା ଏକ ଗାଡ଼ି ବାନେର ନାଳ ନିକଟରେ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇଥିଲା। ସାଇକେଲକୁ ଧକ୍କା ଦେବା ପରେ ଗାଡ଼ିଟି ଭାରସାମ୍ୟ ହରାଇ ଏକ ଗଛରେ ପିଟି ହୋଇ ଓଲଟି ପଡ଼ିଥିଲା। ଫଳରେ ଏଥିରେ ବସିଥିବା ଜଣେ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଡ଼୍ରାଇଭର ଓ ତାଙ୍କର ସହଯୋଗୀ ଗୁରୁତର ଭାବେ ଆହତ ହୋଇଛନ୍ତି। ସେମାନଙ୍କୁ ଜୟପାଟଣା ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply