ଦୁର୍ଘଟଣାରେ ଜଣେ ମୃତ, ୭ ଆହତ

0

ବାଲେଶ୍ବର : ବାଲେଶ୍ବର ଜିଲା ବସ୍ତା ନିକଟ ହଳଦୀପଦ ନିକଟରେ ବୁଧବାର ଦିନ ଏକ ସଡକ ଦୁର୍ଘଟଣା ଘଟିଛି। ସ୍କର୍ପିଓ ଗାଡି ଏକ ଟ୍ରକକୁ ପଛ ପଟୁ ଧକ୍କା ଦେବାରୁ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କୁ ଉଦ୍ଧାର କରାଯାଇ ବାଲେଶ୍ବର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣକ ହେଲେ ନୀର ବୋରା। ପୁଲିସ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, ଏକ ପରିବାର ରାୟପୁରରୁ ପୁରୀ ଯାଇ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସାରି କଲକାତା ଫେରୁଥିଲେ। ସକାଳ ୬ଟା ସମୟରେ କୁହୁଡି ଯୋଗୁଁ ରାସ୍ତାକଡରେ ଟ୍ରକ ଥିବା କଥା ଡ୍ରାଇଭର ଜାଣି ପାରି ନଥିଲା। ଫଳରେ ଟ୍ରକ ପଛ ପଟେ ନେଇ ଗାଡିଟିକୁ ପିଟି ଦେଇଥିଲା। ଦୁର୍ଘଟଣାରେ ପରେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ଚିକିତ୍ସାଳୟରେ ଭର୍ତ୍ତି କରିଛି।

Leave A Reply