ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୬ ମୃତ୍ୟୁ, ୧୦ ଆହତ

0

ମୁମ୍ବଇ: କର୍ଣ୍ଣାଟକର ୬୩ ନମ୍ବର ଜାତୀୟ ରାଜପଥ ହୁବୁଳି ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବସକୁ ଟ୍ରକ୍ ଧକ୍କା ଦେବା ଫଳରେ ବସଟି ରାସ୍ତାକଡକୁ ଓଲଟି ପଡିଛି । ଫଲରେ ବସରେ ଥିବା ୬ ଜଣ ଯାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ଏବଂ ୧୦ ଜଣ ଯାତ୍ରୀ ଆହତ ହୋଇଛନ୍ତି । ମୃତକଙ୍କ ପରିଚୟ ମିଳି ପାରିନାହିଁ । ସମସ୍ତ ଆହତଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୁଲିସ ଓ ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଶବ ଚିହ୍ନଟ କରାଯାଇ ଓ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ।

Leave A Reply