ଅଜଣା ଗାଡି ଧକ୍କାରେ ବୃଦ୍ଧଙ୍କ ମୃତ୍ୟୁ

0

ବଲାଙ୍ଗୀର : ଅଜଣା ଗାଡି ଧକ୍କାରେ ବୁଧବାର ସକାଳେ ଜଣେ ବୃଦ୍ଧଙ୍କର ମୃତ୍ୟୁ ହୋଇଛି। ଏପରି ଘଟଣା ବଲାଙ୍ଗୀର ଜିଲା ବେଲଗାଁ ତେଲନଦୀ ବ୍ରିଜ ନିକଟରେ ହୋଇଛି। ବୃଦ୍ଧ ଜଣକ ସଇଁତଲା ଥାନା ଅନ୍ତର୍ଗତ ଶିଷକେଲା ଗ୍ରାମର ଅଟନ୍ତି। ବୃଦ୍ଧଙ୍କ ମୃତ୍ୟୁ ପରେ ସ୍ଥାନୀୟ ଲୋକମାନେ କ୍ଷତିପୂରଣ ଦାବିରେ ରାସ୍ତାରୋକ କରିଛନ୍ତି। ସଇଁତଲା ଥାନା ଅନ୍ତର୍ଗତ ବେଲଗାଁ ଠାରେ ୫୯ ଓ ୨୬ ନମ୍ବର ଜାତୀୟ ରାଜପଥରରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ସହ ତଦନ୍ତ ଆରମ୍ଭ କରିଛି।

Leave A Reply