ହାଇୱାରେ ପିଟି ହୋଇ ଦୁଇ ଗୁରୁତର

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ କେନ୍ଦେଇପଶି ନିକଟରେ ସୋମବାର ରାତିରେ ହାଇୱାରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଯଶିପୁର ଠାରୁ ଉଦୟପୁର, ଖୁଣ୍ଟାପଡା ହୋଇ ସଦର ବ୍ଲକ ଚକ ଗ୍ରାମକୁ ବାଇକ୍ ଯୋଗେ ଫେରୁଥିବା ତିନି ଜଣ ଯୁବକ କେନ୍ଦେଇପଶି ଡାକ୍ତରଖାନା ନିକଟରେ ଏକ ହାଇୱାରେ ପିଟି ହେବାରୁ ଏମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ବାପୁନ ମୁଣ୍ଡା ଓ ନିରଞ୍ଜନ ମୁଣ୍ଡା ବୋଲି ଜଣାପଡିଛି । ଉଭୟଙ୍କୁ ରୋଗୀଯାନରେ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ବେଳେ ଏମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି ।

Comments are closed.