ଭାରସାମ୍ୟ ହରାଇ ବାଇକ୍ ଦୁର୍ଘଟଣା : ୨ ବାଇକ୍ ଆରୋହୀ ଗୁରୁତର

କଲମପୁର : କଳାହାଣ୍ଡି ଜିଲ୍ଲା ଥୁଆମୁଳ ରାମପୁର ମୁଖ୍ୟ ରାସ୍ତା ତହସିଲ କାର୍ଯ୍ୟାଳୟ ନିକଟରେ ରବିବାର ସଂଧ୍ୟାରେ ଭାରସାମ୍ୟ ହରାଇ ଗୋଟିଏ ବାଇକ୍ ଦୁର୍ଘଟଣା ଘଟିଛି । ଫଳରେ ଦୁଇ ବାଇକ୍ ଆରୋହୀ ଗୁରୁତର ହୋଇଛନ୍ତି । ଦୁଇ ଗୁରୁତରଙ୍କୁ ତୁରନ୍ତ ଥୁଆମୁଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ଅଣା ଯାଇଥିଲା। ଗୁରୁତର ମାନେ ହେଲେ ଥୁଆମୁଳ ରାମପୁର ଗ୍ରାମର ସୁନିଲ ନାଏକ(୨୦) ଓ ଶମ୍ଭୁ ନାଏକ(୧୮)ବୋଲି ସୂଚନା ମିଳିଛି। ହେଲେ ସୁନିଲର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ଡାକ୍ତର ସମ୍ବିତ ବିଶ୍ବାଳ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି ।

Comments are closed.