ବଲାଙ୍ଗିର : ଟ୍ରକ ସହ ସ୍କୁଟି ଧକ୍କା, ୨ ମୃତ

ବଲାଙ୍ଗିର : ବୁଧବାର ରାତି ୯ଟା ୧୦ ସମୟରେ ସ୍ତାନୀୟ ଦୁର୍ଗା ମନ୍ଦିର ସମ୍ମୁଖରେ ଟ୍ରକ ଓ ସ୍କୁଟି ମଧ୍ୟରେ ଦୁର୍ଘଟଣା ଘଟିଛି । ସ୍କୁଟିରେ ଥିବା ୨ ଯୁବକଙ୍କ ମୃତ୍ୟୁ ଘଟିଛି।
ସୂଚନା ଅନୁସାରେ, ଲର୍କିପାଲିର ଅଭିଷେକ କୁମ୍ଭାର ଓ ସେବକ ସ୍କୁଟିରେ ପାଟଣା ହୋଟେଲ ଆଡକୁ ଯାଉଥିଲେ। ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ୨ଜଣଙ୍କର ମୃତ୍ୟୁ ହୋଇଥିଲା। ସହରାଞ୍ଚଳ ପୁଲିସ ପହଞ୍ଚି ୨ ଜଣଙ୍କ ମୃତ ଦେହ  ବିବିଏମସିଏଚକୁ ଆଣିଥିଲା। ମୃତ ଦେହକୁ ଶବାଗାରକୁ ସ୍ଥାନାନ୍ତର କରାଯାଇଛି।ପୁଲିସ ଟ୍ରକକୁ ଜବତ କରି ତଦନ୍ତ ଚଳାଇଛି।

Comments are closed.