ପୃଥକ ସଡକ ଦୁର୍ଘଟଣାରେ ୨ ମୃତ

କଳାହାଣ୍ଡି/କନ୍ଧମାଳ : ଭିନ୍ନ ଭିନ୍ନ ସ୍ଥାନରେ ସଡକ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବା ବୁଧବାର ଜଣାପଡିଛି।
କଳାହାଣ୍ଡି ଜିଲା ଧର୍ମଗଡ ଅନ୍ତର୍ଗତ ମୋଟେର – ଜୟପାଟଣା ରାସ୍ତାର ଗୁନଗୁନିଆ ନିକଟରେ ହାଇୱା ସହ ବାଇକ ମୁହାଁମୁହିଁ ଧକ୍କା ହୋଇ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ତାଙ୍କ ପରିଚୟ ଅସ୍ପଷ୍ଟ ରହିଛି। କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତଲୋକେ ମୋଟେର-ଜୟପାଟଣା ରାସ୍ତା ଅବରୋଧ କରିଛନ୍ତି।
ସେହିପରି କନ୍ଧମାଳ ଜିଲାର ବାଲିଗୁଡା ଅନ୍ତର୍ଗତ ବାରଖମା ଫାଣ୍ଡି ଲଣ୍ଡା ଗାଁର ଜଣେ ବ୍ୟକ୍ତିଙ୍କ ଘର ଭିତରକୁ କାର ମାଡିଯାଇ ଉକ୍ତ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ କାର ଆରୋହୀ ଅଟକ ରଖାଯାଇଛି ବୋଲି ସୂଚନା ମିଳିଛି।

 

Comments are closed.