ଟ୍ରେଲର ଓ ବାଇକ ମୁହାଁମୁହିଁ ଧକ୍କା: ୧ ମୃତ, ୧ ଗୁରୁତର

ଝାରସୁଗୁଡା : ଝାରସୁଗୁଡ଼ା ଜିଲା ସହର ଉପକଣ୍ଠ ବକ୍ସିଛକ ଶିବ ମନ୍ଦିର ନିକଟରେ ସୋମବାର ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।  ଏକ ଟ୍ରେଲର ଓ ବାଇକ ମୁହାଁମୁହିଁ ଧକ୍କାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଲେ ଅନ୍ୟ ଗୁରୁତର ଆହତ ହୋଇଥିବା ଜଣା ପଡ଼ିଛି। ଉଭୟେ ବାଇକରେ ସୁନ୍ଦରଗଡ ପଟକୁ ଯାଉଥିଲେ। ବକ୍ସିଛକ ଶିଵ ମନ୍ଦିର ନିକଟରେ ଏକ ଟ୍ରେଲର ଗାଡି ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣକୁ ଗୁରୁତର ଅବସ୍ଥାରେ ଜିଲା ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଛି। ଏହି ବାଇକ ଆରୋହୀ ଦ୍ବୟ ସୁନ୍ଦରଗଡ଼ ଅଞ୍ଚଳର ବୋଲି ପୁଲିସ  ସୂଚନା ଦେଇଛି ।

Comments are closed.