ସଡକ ଦୁର୍ଘଟଣାରେ ଦୁଇ ମୃତ, ଜଣେ ଆହତ

0

ଖୋର୍ଦ୍ଧା : ଖୋର୍ଦ୍ଧା ଜାତୀୟ ରାଜପଥରେ ସଡକ ଦୁର୍ଘଟଣା ହୋଇଛି। ଏହି ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଆହତ ହୋଇଥିବା ଜଣାପଡିଛି। ଡ୍ରାଇଭରଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଚାନ୍ଦପୁର ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ଶ୍ରମିକଙ୍କ ମୃତଦେହ ଉଦ୍ଧାର କରିବା ସହ ଟ୍ରକଗୁଡିକୁ ଜବତ କରିଛି।

ସୂଚନାଯୋଗ୍ୟ ଯେ, ବୁଧବାର ଭୋର ସମୟରେ ୧୬ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ଚାନ୍ଦପୁର ବାଇପାସ ଠାରେ ଏକ ମାଲ ବୋଝେଇ ଟ୍ରକ ଅନ୍ୟ ଏକ ମିନିଟ୍ରକକୁ ପଛ ପଟୁ ପିଟି ଦେଇଥିଲା। ଘଟଣାସ୍ଥଳରେ ମିନି ଟ୍ରକରେ ଥିବା ଦୁଇ ଶ୍ରମିକଙ୍କର ମୃତ୍ୟୁ ହୋଇଯାଇଥିଲା।

Leave A Reply