ସଡକ ଦୁର୍ଘଟଣାରେ ପୁଲିସ କର୍ମଚାରୀ ମୃତ

0

କେନ୍ଦୁଝର : କେନ୍ଦୁଝର ଜିଲା ବାମେବାରୀ ଥାନା ନିକଟ ରୁଙ୍ଗଟା ଖଣି ଛକରେ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ କାର୍ଯ୍ୟରତ ଜଣେ ପୁଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଯାଇଛି। ତାଙ୍କ ଉପରେ ଟ୍ରକ ଚଢିଯାଇଛି। ମୃତ ପୁଲିସ କର୍ମଚାରୀ ହେଲେ ବିକାଶ ପ୍ରଧାନ।
ସୂଚନାଯୋଗ୍ୟ ଯେ, ମଙ୍ଗଳବାର ସକାଳେ ରୁଙ୍ଗଟା ଖଣି ଛକରେ ପୁଲିସ କର୍ମଚାରୀ ରାସ୍ତା ଜାମ ହଟାଉଥିବା ବେଳେ ତାଙ୍କ ଉପରେ ଏକ ଟ୍ରକ ମାଡିଯାଇଥିଲା। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି। ମୃତକଙ୍କ ପରିବାରକୁ ସହାୟତା ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Leave A Reply