ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର

0

ଜଗତସିଂହପୁର : ସଡକ ଦୁର୍ଘଟଣାରେ ଜଣେ ମୃତ, ଜଣେ ଗୁରୁତର ହୋଇଛନ୍ତି। ଦୁର୍ଘଟଣାଟି ଜଗସିଂହପୁର-କଟକ ରାସ୍ତାର କନ୍ଦରପୁର ନିକଟରେ ଘଟିଛି। ମୃତକ ଜଣକ ହେଉଛନ୍ତି ଜଗତସିଂହପୁର ଜିଲା କାଟସିଂହପୁରର ବିବେକାନନ୍ଦ ଦାସ ଓ ଗୁରୁତର ବ୍ୟକ୍ତି ଜଣକ ହେଉଛନ୍ତି ଗଉଡୁଣି ପଡିଆ ଗ୍ରାମର ଜ୍ୟୋତି ରଞ୍ଜନ ସାଠୁଆ। ସୋମବାର ରାତିରେ ବିବେକାନନ୍ଦ ଓ ଜ୍ୟୋତି ରଞ୍ଜନ ବାଇକ ଯୋଗେ ଘରକୁ ଫେରୁଥିଲେ। ଅଥଙ୍ଗ ନିକଟରେ ଭାରସାମ୍ୟ ହରାଇ ତାଙ୍କ ବାଇକଟି ରାସ୍ତା କଡରେ ଥିବା ଏକ ମନ୍ଦିରରେ ପିଟି ହୋଇଯାଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି କଟକ ବଡ ମେଡିକାଲକୁ ନେଇଥିଲେ। ମାତ୍ର ସେଠାରେ ଡାକ୍ତର ବିବେକାନନ୍ଦଙ୍କୁ ମୃତ ଘୋଷଣା କରିଥିଲେ। ଜ୍ୟୋତିଙ୍କ ଅବସ୍ଥା ଗୁରୁତର ରହିଥିବାର ଜଣାପଡିଛି।

Leave A Reply