ସଡ଼କ ଦୁର୍ଘଟଣାରେ ୨ ମୃତ , ଜଣେ ଗୁରୁତର

0

ଖୋର୍ଦ୍ଧା : ଖୋର୍ଦ୍ଧା ଟାଙ୍ଗୀଥାନା ଅନ୍ତର୍ଗତ ଗୌରଚନ୍ଦ୍ରପୁର ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ସ୍କର୍ପିଓ ଗାଡ଼ି ବାଇକକୁ ଧକ୍କା ଦେବା ଫଳରେ ଦୁଇ ଜଣ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି। ମୃତକମାନେ ହେଲେ ନୟାଗଡ଼ର ଗୌରାଙ୍ଗ ପ୍ରଦାନ ଓ ଗୋକୁଳ ସାହୁ। ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।
ସୂଚନା ଅନୁଯାୟୀ, ଗୌରାଙ୍ଗ , ଗୋକୁଳ ଏବଂ ଅନ୍ୟ ଜଣେ ବାଇକରେ କୌଣସି କାମ ପାଇଁ ଖୋର୍ଦ୍ଧା ଆସିଥିଲେ। କାମ ସାରି ଫେରିବା ବେଳେ ଟାଙ୍ଗୀ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡ଼ିକାଲକୁ ନେବା ବେଳେ ସେଠାରେ ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟ ଜଣକ ଅବସ୍ଥାରେ ସଙ୍କଟାପନ୍ନ ହେବାରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରିବା ସହ ଦୁଇଟି ବାଇକକୁ ଜବତ କରିଛି ଏବଂ ତଦନ୍ତ ଆରମ୍ଭ କରିଛି। ସ୍କର୍ପିଓ ଗାଡ଼ିର ଚାଳକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି।

Leave A Reply