ସଡ଼କ ଦୁର୍ଘଟଣାରେ ଜଣେ ମୃତ

0

ବାଲେଶ୍ୱର : ଶିଳ୍ପାଞ୍ଚଳ ଥାନା ବାମପଦା ଛକରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ସୋମବାର ସକାଳେ  ଏକ ଟ୍ରକ ଧକ୍କାରେ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଯୁବତୀ ଜଣକ ନୀଳଗିରି ମିରିଗିଣିରୁ ଏକ ବାଇକରେ ବଡ଼ ଭାଇ ଏବଂ ସାନ ଭଉଣୀ ସହ ନିଜ ଘର ବୈଶିଙ୍ଗାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ବଡ଼ ଭାଇ ଏବଂ ସାନ ଭଉଣୀ ବର୍ତ୍ତି ଯାଇଛନ୍ତି। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଟ୍ରକ ଚାଳକକୁ ଅଟକ ରଖିଛି।

Leave A Reply