ଗଛରେ ପିଟି ହେଲା ଟାଟା ମ୍ୟାଜିକ୍‌; ୧୨ ଗୁରୁତର

0

ମୁନିଗୁଡ଼ା: ରାୟଗଡ଼ା ଜିଲ୍ଲା ମୁନିଗୁଡ଼ା ଥାନା ଅନ୍ତର୍ଗତ ଧୋବାଗୁଡ଼ା ନିକଟରେ ଏକ ଟାଟା ମ୍ୟାଜିକ୍‌ ଗାଡି ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଗାଡି ଚାଳକଙ୍କ ସମେତ ୧୨ ଜଣ ଗୁରୁତର ହୋଇଛନ୍ତି । ଦୁଇ ଜଣ ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇ ଥିବା ବେଳେ ଅନ୍ୟମାନେ ମୁନିଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସାଧୀନ ଅଛନ୍ତି ।

ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି । ଗାଡିଟି ଭାରସ୍ୟାମ ହରାଇ ଗଛରେ ପିଟି ହୋଇଥିଲା । ସମସ୍ତ ଆହତ ବିଷମକଟକ ବ୍ଲକ୍‌ ଅଞ୍ଚଳର ବୋଲି ଜଣାପଡିଛି । କୌଣସି ଏକ କାର୍ୟ୍ୟକ୍ରମରେ ଯୋଗ ଦେବାକୁ ସେମାନେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ିକୁ ଯାଇଥିଲେ । ସେଠାରୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବିଭାଗ କର୍ମଚାରୀ ଓ ପୁଲିସ୍ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲେ ।

Leave A Reply