ଦୁଇଟି ସଡକ ଦୁର୍ଘଟଣାରେ ୮ ମୃତ, ୫୭ ଆହତ

0

ୟୁପି: ଶୁକ୍ରବାର ଉତ୍ତର ପ୍ରଦେଶରେ ହୋଇଥିବା ଦୁଇଟି ବଡ ଧରଣର ସଡକ ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୭ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ମୁରାଦାବାଦ-ଆଗ୍ରା ଜାତୀୟ ରାଜପଥରେ ନୌନୀତାଲ ଯାଉଥିବା ଶ୍ରଦ୍ଧାଳୁଙ୍କ ଗାଡିକୁ ପରିବହନ ନିଗମର ଏକ ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୮ ଜଣ ଶ୍ରଦ୍ଧାଳୁ ମୃତ୍ୟୁ ବରଣ କରିଛନ୍ତି ଏବଂ ୧୪ ଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି । ଆହତଙ୍କୁ ମୁରାଦାବାଦ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେହିପରି ଏକ ପର୍ଯ୍ୟଟକ ବସ ଦୁର୍ଘଟଣା ଘଟି ୪୩ ଜଣ ଲୋକ ଆହତ ହୋଇଥିବା ଜଣାପଡିଛି । ବସଟି ଭାରସ୍ୟାମ ହରାଇ ଓଲଟି ପଡିଥିଲା। ସେଥିରେ ୫୦ରୁ ୬୦ ଜଣ ଯାତ୍ରୀ ଥିଲେ ।

Leave A Reply