ସଡ଼କ ଦୁର୍ଘଟଣା ଜଣେ ମୃତ, ୬ ଆହତ

0

କେନ୍ଦୁଝର : କେନ୍ଦୁଝର ଜିଲା ଆନନ୍ଦପୁର ଜାମୁନଣ୍ଡା ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଅଟୋ ସହ ଆମ୍ବୁଲାନ୍ସର ମୁହାଁମୁହିଁ ଧକ୍କା ହୋଇଛି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାରେ ଜଣେ ଅଧିକ ଗୁରୁତର ହୋଇଥିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ୫ ଜଣଙ୍କୁ ଆନ୍ଦପୁର ମେଡ଼ିକାଲରେ ଚିକିତ୍ସା କରାଯାଉଛି।
ସୂଚନା ଅନୁଯାୟୀ ଅଟୋଟି ଯାତ୍ରୀମାନଙ୍କୁ ନେଇ କାଠକଟାରୁ ଠାକୁରମୁଣ୍ଡା ଯାଉଥିଲା। ଅନ୍ୟପଟେ ୧୦୨ ଆମ୍ବୁଲାନ୍ସଟି ରୋଗୀଙ୍କୁ ଘରେ ଛାଡ଼ି ଫେରୁଥିବା ବେଳେ ଏହି ଦୁର୍ଘଟଣାଟି ଘଟିଛି। ଅଟୋରେ ଥିବା ଯାତ୍ରୀମାନେ ଯାତ୍ରା ଦେଖିବାକୁ ଯାଉଥିଲେ ବୋଲି ସୂଚନା ମିଳିଛି।

Leave A Reply