ସଡ଼କ ଦୁର୍ଘଟଣା ୨ ମୃତ

0

ଦ୍ୱାରଶୁଣି : ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୧୮ ନଂ ଜାତୀୟ ରାଜପଥ ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ , ବାଙ୍ଗିରିପୋଷି ଥାନା ପାଶ୍ୱର୍ରେ ଥିବା ଜଗନ୍ନାଥଖୁଣ୍ଟା ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ରବିବାର ସକାଳ ପ୍ରାୟ ୫. ୩୦ ମି. ସମୟରେ ଏକ ଅଜଣା ଗାଡ଼ି ଧକ୍କାରେ ବାଇକ୍‍ରେ ଥିବା ଦୁଇ ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି । ମୃତକ ହେଲେ କୁମାର ସେଠି (୨୭) ଓ ଦୀପୁନ ସାହୁ (୨୪)। ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ମୃତକମାନଙ୍କ ଘର ସ୍ଥାନୀୟ ସାରଶକଣା ଅଞ୍ଚଳର ବୋଲି ସୂଚନା ମିଳିଛି।

Leave A Reply