ଦ୍ୱାରଶୁଣି ଘାଟିରେ ଦୁର୍ଘଟଣା:୨ଗୁରୁତର

0

ଦ୍ୱାରଶୁଣି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ୪୯ତମ ଜାତୀୟ ରାଜପଥରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଦ୍ୱାରଶୁଣି ଘାଟିରେ ସୋମବାର ସକାଳ ୯ଟାରେ ଏକ ଟ୍ରକ ଘାଟି ଉପରକୁ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ  ଟ୍ରକ  ଧକ୍କା ହୋଇ ୫୦ ଫୁଟ ପୋଲ ତଳକୁ ଖସି ପଡ଼ିଛି। ଘାଟି ଉପରକୁ ଯାଉଥିବା ଟ୍ରକର ପଛ ପଟରେ ଥିବା ଏକ ମଟର ସାଇକେଲର ଆରୋହୀ ଟ୍ରକରେ ବାଜି ଗୁରୁତର ହୋଇଛନ୍ତି। ତାଙ୍କୁ ଉଦ୍ଧାର କରାଯାଇ ଆମ୍ବୁଲାନ୍ସ ଯୋଗେ ବାରିପଦା ବଡ଼ ମେଡିକାଲକୁ ନିଆଯାଇଛି। ଘଟଣାସ୍ଥଳରେ ଦମକଳ ବିଭାଗ କର୍ମଚାରୀ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ଖସିପଡ଼ି ଥିବା ଚାଳକକୁ ଉଦ୍ଧାର କରି ବାଙ୍ଗିରିପୋଷି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ପରେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ବାରିପଦା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଉଭୟଙ୍କ ଅବସ୍ଥା ଗୁରୁତର ଥିବା ବାଙ୍ଗିରିପୋଷି ପୁଲିସ୍ ସୂଚନା ଦେଇଛନ୍ତି।

Leave A Reply