ଗାଡି ଧକ୍କାରେ ୩ ଆହତ

0

ବାଲେଶ୍ବର: ଚୋରା ମଦ ଗାଡି ଧକ୍କାରେ ୩ଜଣ ଆହତ ହୋଇଛନ୍ତି। ଏହି ଦୁର୍ଘଟଣା ବାଲେଶ୍ବର ଜିଲା ବାସୁଦେବପୁର ନିମିକ ରାସ୍ତା କୁରୁନିଆ ନିକଟରେ ହୋଇଛି। ମଦ ଗାଡିଟି ଯାଉଥିବା ବେଳେ ଏକ ବାଇକକୁ ଧକ୍କା ଦେଇଥିଲା। ବାଇକରେ ଯାଉଥିବା ୩ଜଣ ବ୍ୟକ୍ତି ଏଥିରେ ଆହତ ହୋଇଥିଲେ। ଆହତମାନଙ୍କୁ ଉଦ୍ଧାର କରାଯାଇ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମଦ ଗାଡିକୁ ଜବତ କରିଛି। ଏହାସହ ଜଣଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଦେଖାଦେଇଛି।

Leave A Reply