ମିନି ବସ ଓଲଟି ୧୨ ଆହତ

0

ଭୁବନେଶ୍ବର: ମିନି ବସ ଓଲଟି ୧୨ଜଣ ଆହତ ହୋଇଛନ୍ତି। ମଙ୍ଗଳବାର ସକାଳେ ବସଟି ଶିଶୁପାଳଗଡ ଠାରୁ ହଂସପାଳ ପର୍ଯ୍ୟନ୍ତ ଥିବା ବାଇପାସରେ ଆସୁଥିବା ସମୟରେ ତା’ର ଚକା ଫାଟି ଯାଇଥିଲା। ଫଳରେ ଭାରସାମ୍ୟ ହରାଇ ବସଟି ରାସ୍ତା କଡକୁ ଓଲଟି ପଡିଥିଲା। ଆହତ ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୂଚନାଯୋଗ୍ୟ ଯେ, ବସଟି ମୋଟ ୨୦ଜଣ ଯାତ୍ରୀଙ୍କୁ ନେଇ ଶିଖରଚଣ୍ଡିରୁ ପିପିଲି ଅଭିମୁଖେ ଯାଉଥିଲା। ଚକା ଫାଟି ଯିବାରୁ ଭାରସାମ୍ୟ ହରାଇ ବସଟି ଡିଭାଇଡରରେ ପିଟି ହୋଇ ଓଲଟି ପଡିଥିଲା।

Leave A Reply