ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ

0

କେନ୍ଦୁଝର: କେନ୍ଦୁଝରରେ ଦୁଇଟି ପୃଥକ ପୃଥକ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି।  ଜିଲ୍ଲାର ସଦର ଥାନା ଅନ୍ତର୍ଗତ ଜଡ଼ିଚାତର ଛକ ନିକଟରେ ଦୁର୍ଘଟଣାରେ ଦୁଇଜଣ ଯୁବକଙ୍କର ମୃତ୍ୟୁ ଘଟିଛି । ସେହିପରି ଡଙ୍କପାଣି ଗାଁ ନିକଟରେ ଏକ ଟ୍ରଲର ଭାରସାମ୍ୟ ହରାଇ ଗଛରେ ପିଟି ହୋଇଯିବାରୁ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି।
ପୁଲିସ ସୂତ୍ରରୁ  ଜଣାପଡିଛି ଯେ, ସଦର ଥାନା ଶଙ୍କରୀ ଗ୍ରାମର ୨ଜଣ ଯୁବକ ୨୦ ନମ୍ବର ଜାତୀୟ ରାଜପଥର ଜଡ଼ିଚାତର ଛକ ନିକଟରେ ଥିବା ଏକ ଢ଼ାବାରୁ ଖାଇ ସାରି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥଲେ। ବହୁ ବିଳମ୍ବରେ ଏ ସମ୍ପର୍କରେ ସୂଚନା ପାଇ ପୁଲିସ ଆମ୍ବୁଲାନ୍ସ ଯୋଗେ ୨ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ମାତ୍ର ସେତେବେଳକୁ ଉଭୟଙ୍କର ମୃତ୍ୟୁ ଘଟି ସାରିଥିଲା।
ସେହିପରି ସଦର ଥାନା ଡଙ୍ଗପାରି ଗାଁ ନିକଟରେ ୨୦ ନମ୍ବର ଜାତୀୟ ରାଜପଥରେ ଏକ ଟ୍ରଲର ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଏକ ଗଛରେ ପିଟି ହୋଇଯିବାରୁ  ଟ୍ରଲର  ଡ୍ରାଇଭର ଗାଡ଼ି ଭିତରେ ଚାପି ହୋଇ ମୃତ୍ୟୁବରଣ କରିଛି। ଗ୍ୟାସ କଟର ଯୋଗେ ଟ୍ରଲରକୁ କାଟି ଡ୍ରାଇଭରଙ୍କ ମୃତଦେହ ଉଦ୍ଧାର କରାଯାଇ ବ୍ୟବଛେଦ ପାଇଁ ଡାକ୍ତରଖାନାକୁ ଅଣାଯାଇଛି।

Leave A Reply