ବୋଲେରୋ-ଟ୍ରକ ଧକ୍କା: ୧୦ ତୀର୍ଥଯାତ୍ରୀ ମୃତ

0

ନୂଆପଡ଼ା: ନୂଆପଡ଼ାରେ ବୁଧବାର ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୬ ଜଣ ପୁରୁଷ ଓ ୪ ଜଣ ମହିଳା ଥିବା ଜଣାପଡିଛି। ସେମାନେ ଏକ ବୋଲେରୋରେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କ ଗାଡିକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ସମସ୍ତ ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଘଟିଛି। ମୃତ ତୀର୍ଥଯାତ୍ରୀଙ୍କ ଘର ଛତିଶଗଡର ବୋଲି ଜାଣିବାକୁ ମିଳିଛି।

ସୂଚନା ଅନୁଯାୟୀ, ତୀର୍ଥଯାତ୍ରୀମାନେ କୋମନାରୁ ବୈଷ୍ଣୋଦେବୀ ମନ୍ଦିର ଦର୍ଶନ ସାରି ଏକ ବୋଲେରୋ ଯୋଗେ ଫେରୁଥିବା ବେଳେ ସିଲଦା ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରକ ତାଙ୍କ ଗାଡିକୁ ଦେଇଥିଲା। ଫଳରେ ଗାଡି ମଧ୍ୟରେ ଥିବା ୧୦ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଯାଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply