ଦୁର୍ଘଟଣାରେ ଗୋଟିଏ ପରିବାରର ୧୦ ମୃତ

0

ଛତିଶଗଡ: ରାଜନନ୍ଦଗାଁ ଜିଲାରେ ରବିବାର ଏକ ସଡକ ଦୁର୍ଘଟଣାରେ ଗୋଟିଏ ପରିବାର ୧୦ ଜଣଙ୍କ ମୃତ୍ୟୁ ହୋଇଛି । ସ୍ଥାନୀୟ ପୁଲିସର ସୂଚନା ଅନୁଯାୟୀ, ନବରାତ୍ରୀ ଚାଲିଥିବା ଯୋଗୁଁ ଶ୍ରଦ୍ଧାଳୁମାନେ ବାମଲେଶ୍ବରୀ ମନ୍ଦିରରେ ଦର୍ଶନସାରି ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି । ଗୋଟିଏ ପରିବାରଲୋକେ ଦୁଇଟି ଗାଡିରେ ଯାଉଥିବା ବେଳେ ସେଥିମଧ୍ୟରୁ ଗୋଟିଏ ଗାଡି ଟ୍ରକ୍ ସହ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ୯ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଡାକ୍ତରଖାନା ପହଞ୍ଚିଲା ବେଳକୁ ଅନ୍ୟ ଜଣଙ୍କ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ଜଣେ ଶିଶୁ ଥିବା ଜଣାପଡିଛି । ଶିଶୁଟିକୁ ରାଜନନ୍ଦଗାଁ ମେଡିକାଲରେ ଭର୍ତ୍ତି କରାଯାଇଛି ଏବଂ ଅନ୍ୟ ଆହତଙ୍କୁ ଭିଲାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Leave A Reply