ତେଲ ଟ୍ୟାଙ୍କର ଓ ବସ୍‍ ଧକ୍କା : ୨୧ ମୃତ

0

ତେହରାନ୍‍ : ଇରାନ୍‍ରେ ଗୋଟିଏ ତେଲ ଟ୍ୟାଙ୍କର ଓ ଯାତ୍ରୀବାହୀ ବସ୍‍ ମଧ୍ୟରେ ଧକ୍କା ହେବା ଫଳରେ ୨୧ ଜଣଙ୍କ ମୃତ୍ୟୁ ଘଟିଛି। ରାଜଧାନୀ ତେହରାନ୍‍ ଠାରୁ ୨୦୦ କିଲୋମିଟର ଦକ୍ଷିଣରେ ଥିବା କାଶାନ୍‍ ଓ ନାହାଞ୍ଜ ମଧ୍ୟରେ ଥିବା ରାସ୍ତାରେ ଗତକାଲି ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ଘଟିଛି ବୋଲି ଇରାନ ଜାତୀୟ ଟେଲିଭିଜନ ସୂଚନା ଦେଇଛି।

ଦୁର୍ଘଟଣା ପରେ ଉଭୟ ବସ୍ ଓ ଟ୍ୟାଙ୍କର ସଂମ୍ପୂର୍ଣ୍ଣ ଜଳି ଯାଇଛି। ବସରେ ନିଆଁ ଲାଗିବାପରେ ଲୋକମାନେ ବାହାରକୁ ପଳାଇ ଆସିଥିଲେ ତେଣୁ ମୃତକଙ୍କ ସଂଖ୍ୟା ୨୧ରେ ସୀମିତ ରହିଛି ।  ତେବେ ବହୁଲୋକ ଆହତ ହୋଇଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି।

Leave A Reply