ସଡକ ଦୁର୍ଘଟଣାରେ ୨ ମୃତ, ୩ ଆହତ

0

ମାଲକାନଗିରି: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ବୈପାରିଗୁଡାର ବ୍ୟବସାୟୀ ଚୈତନ୍ୟ ମହାନ୍ତି ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ଶ୍ରୀ ମହାନ୍ତିଙ୍କ ପୁଅ, ଝିଅ ଓ ଡ୍ରାଇଭର ଆହତ ହୋଇଛନ୍ତି। ତାଙ୍କ ପୁଅର ଅବସ୍ଥା ଗୁରୁତର ଅଛି। ତାଙ୍କୁ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଝିଅ ଓ ଡ୍ରାଇଭର ବୈପାରୀଗୁଡା ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ ଯେ, ଚୈତନ୍ୟ ମହାନ୍ତି ଓ ତାଙ୍କ ପରିବାରର ଲୋକେ କାର ଯୋଗେ ଭୁବନେଶ୍ୱରରୁ ଫେରୁଥିବା ସମୟରେ ଡ୍ରାଇଭର ଭାରସମ୍ୟ ହରାଇବାରୁ କାରଟି ଏକ ଗଛରେ ପିଟି ହୋଇଯାଇଥିଲା। ଘଟଣାସ୍ଥଳରେ ଶ୍ରୀ ମହାନ୍ତି ଓ ତାଙ୍କ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଥିଲା। ସ୍ଥାନୀୟ ଲୋକେ ତାଙ୍କ ପୁଅ, ଝିଅ ଓ ଡ୍ରାଇଭରକୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply