ହାଇୱା ଧକ୍କାରେ ଜଣେ ମୃତ

0

ଢେଙ୍କାନାଳ: ଗନ୍ଦିଆ ଥାନା ଅନ୍ତର୍ଗତ ବାଇଁଶିଆ ଠାରେ ମଙ୍ଗଳବାର ସକାଳେ ଏକ ହାଇୱା ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଯାଇଛି। ମୃତ ବ୍ୟକ୍ତି ଜଣକ ହେଉଛନ୍ତି ମନୋଜ ସାହୁ (୪୨)। ମନୋଜଙ୍କ ମୃତ୍ୟୁ ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି।
ସୂଚନାଯୋଗ୍ୟ ଯେ, ହାଇୱାଟି ବାଲି ନେଇ ବାଇଁଶିଆ ଯାତ୍ରା ପଡିଆକୁ ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ହାଇୱାଟି ଦୋକାନରେ ବସିଥିବା ମନୋଜଙ୍କ ଉପରେ ଚଢିଯାଇଥିଲା। ଘଟଣାସ୍ଥଳରେ ମନୋଜଙ୍କର ମୃତ୍ୟୁ ହୋଇଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Leave A Reply