ଟ୍ରେକର ଧକ୍କାରେ ଦୃଷ୍ଟିହୀନ ଦିବ୍ୟାଙ୍ଗ ଗୁରୁତର

0

ବ୍ରହ୍ମପୁର: କେ.ନୂଆଗାଁ ଥାନା ଅନ୍ତର୍ଗତ ମୈସାନପୁର ଛକରେ ଟ୍ରେକର ଧକ୍କାରେ ଦୃଷ୍ଟିହୀନ ଦିବ୍ୟାଙ୍ଗ ଗୁରୁତର ମିଳିଥିବା ସୂଚନା ମୁତାବକ ମଙ୍ଗଳବାର ମଧ୍ୟାହ୍ନରେ ଲାବନ୍ୟ ପ୍ରଧାନ ନାମକ ଦୃଷ୍ଟିହୀନ ଵ୍ୟକ୍ତି ପାତ୍ରପୁର ଠାରୁ ଉକ୍ତ ଟ୍ରେକରରେ ସବାର ହୋଇ ମୈସାନପୁର ଛକ ଠାରେ ଓହ୍ଲାଇ ଥିଲେ। ଓହ୍ଲାଇବାବେଳେ ଦିବ୍ୟାଙ୍ଗ ଜଣକୁ ଟ୍ରେକର ଧକ୍କା ଦେଇଥିଲା। ଫଳରେ ଦିବ୍ୟାଙ୍ଗ ଜଣଙ୍କର ବାମ ଗୋଡ଼ ଉପରେ ଗାଡ଼ି ମାଡ଼ି ଯାଇଥିଲା । ଘଟଣା ଘଟିବା ପରେ ଉକ୍ତ ବ୍ୟକ୍ତିଙ୍କ ଏକ ଘରୋଇ ଗାଡିରେ ପ୍ରଥମେ ଚିକିଟି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲା। ପରେ ଗାଡି ଚାଳକ ଖସି ପଳାଇଥିଲା। ତେବେ ଅନ୍ୟମାନଙ୍କ ସହାୟତାରେ ଲାବନ୍ୟଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

Leave A Reply