ଦୁର୍ଘଟଣାରେ ୨ ମୃତ ଓ ୩ ଗୁରୁତର

0

ଅନୁଗୁଳ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୩ ଜଣ ଗୁରୁତର ହୋଇଛି । ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡା କଲେଜ ନିକଟରେ ଟ୍ରକ ଓ କାର ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଅଶୋକ ପୃଷ୍ଟି ଓ ହେମନ୍ତ ପୃଷ୍ଟି ନାମକ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ମୃତକଙ୍କ ଘର ସମ୍ବଲପୁର ଜିଲାରେ ବୋଲି ଜଣାପଡିଛି। ସମସ୍ତ ଗୁରୁତରଙ୍କୁ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

Leave A Reply