ସଡକ ଦୁର୍ଘଟଣା : ଜଣେ ମୃତ ଛଅ ଆହତ

0

ଗଜପତି : ଗଜପତି ଜିଲା ରାୟଗଡ ଥାନା ଅର୍ନ୍ତଗତ ମଙ୍ଗଳସାହି ଘାଟିରେ ଶନିବାର ଏକ ମର୍ମନ୍ତୁତ ସଡକ ଦୁର୍ଘଟଣା ହୋଇଛିି। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହେବାସହ ଛଅ ଜଣ ଗୁରୁତର ହୋଇଛନ୍ତି। ମିଳିଥିବା ସୂଚନା ଅନୁସାରେ ଜିରାଙ୍ଗ ଠାରୁ ମଣ୍ଡଳସାହି ଅଭିମୁଖ୍ୟ ଯାଉଥିବା ମହେନ୍ଦ୍ରା ସବାରୀ ଗାଡିଟି ମଣ୍ଡଳ ସାହି ଘାଟି ଉଠୁଥିବା ସମୟରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ସ୍ଥଳରେ ତାଳମୁଣ୍ଡା ଗ୍ରାମର ପ୍ରକାଶ ଭୁୟାଁଙ୍କ ମୃତ୍ୟୁ ହୋଇଛି। ସମସ୍ତ ଆହତଙ୍କୁ ପାରଳାଖେମୁଣ୍ଡି ଚିକିତ୍ସାଳୟରେ ଚିକିତ୍ସିତ କରାଯାଉଛି। ମୃତକଙ୍କ ପରିବାରଙ୍କୁ ୨୫ଲକ୍ଷ ଟଙ୍କା କ୍ଷତିପୂରଣ ଦାବିରେ ରାସ୍ତାରୋକ ଓ ଉତ୍ତେଜନା ଦେଖାଦେଇଥିଲା। ଉକ୍ତ ଘାଟିରେ ରାସ୍ତା ନିର୍ମାଣ ଚାଲୁଥିବାରୁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି।

Leave A Reply