ନଦୀକୁ ଖସି ପଡିଲା ଶ୍ରଦ୍ଧାଳୁଙ୍କ ଗାଡି, ୧୧ ମୃତ

0

ନୂଆଦିଲ୍ଲୀ: ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।  ଏହି ଦୁର୍ଘଟଣାଟି ଜାମ୍ମୁ-କାଶ୍ମୀର କିଶ୍ଟୱାରରେ ଘଟିଛି। ଇକୋ ସ୍ପୋର୍ଟ କାରରେ କିଛି ଶ୍ରଦ୍ଧାଳୁ ମାତାଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଭାରସାମ୍ୟ ହରାଇ ୮୦୦ ମିଟର ତଳେ ଥିବା ଚିନାବ୍ ନଦୀକୁ ଓଲଟି ପଡିଛି । ଏଥିରେ ୧୧ ଜଣଙ୍କ ମୃତ୍ୟୁ ଘଟିଛି।  ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ମୃତକଙ୍କ ସଂଖ୍ୟା ବୃଦ୍ଧିକୁ ନେଇ ଆଶଙ୍କା ପ୍ରକାଶ ପାଇଛି।

ସୂଚନାଯାଗ୍ୟ, ଏହି ଦୁର୍ଘଟଣାରେ ଜାମ୍ମୁର ଡୋଡା ଜିଲାର ଗୋଟିଏ ପରିବାରର ୭ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ଅନ୍ୟ ମୃତକଙ୍କ ପରିଚୟ ମିଳି ନ ଥିବା ପୁଲିସ ସୂତ୍ରରୁ ପ୍ରକାଶ ।

ତେବେ ଦୁର୍ଘଟଣାରେ ଏକ ଶିଶୁକୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।

Leave A Reply