ଟ୍ରକ ଧକ୍କାରେ ୨ ମୃତ, ଜଣେ ଗୁରୁତର

0

ବାଲେଶ୍ୱର: ବାଇକ ଧକ୍କାରେ ୨ଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ହୋଇଛନ୍ତି। ବାଲେଶ୍ୱର ଜିଲା ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଫୁଲାରୀ ନିକଟରେ ଏହି ଦୁର୍ଘଟଣା ଘଟିଛି। ସମସ୍ତ ଯୁବକ ମୟୂରଭଞ୍ଜ ଜିଲାର ବୋଲି ଜଣା ପଡିଛି।
ସୂଚନାଯୋଗ୍ୟ ଯେ, ସୋମବାର ସକାଳ ୬ଟା ସମୟରେ ୩ଜଣ ଯୁବକ ବାଇକରେ କଲମା ଯାଉଥିଲେ। ବାଇକରେ ଯାଉଥିବା ସମୟରେ ସେମାନଙ୍କୁ ଏକ ଟ୍ରକ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ବଇସିଙ୍ଗି ଥାନା ଲକ୍ଷ୍ମୀପୁରର ଇନ୍ଦ୍ରମଣି ଦଣ୍ଡପାଟ ଓ କଲମା ଅଞ୍ଚଳର ପ୍ରଦୀପ ମହାପାତ୍ରଙ୍କର ମୃତ୍ୟୁ ହୋଇଯାଇଥିଲା। ରମେଶ ଦାସ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ରାସ୍ତାରୋକ ହଟିଥିଲା।

Leave A Reply