ଅଟୋ ଓଲଟି ୮ଜଣ  ଆହତ

0

ବ୍ରହ୍ମପୁର: ଅଟୋରେ ଶ୍ରମିକଙ୍କୁ ନେଇ ଯାଉଥିବା ସମୟରେ ଏକ ଅଟୋ ଓଲଟି ୮ଜଣ  ଆହତ ହୋଇଛନ୍ତି । ରବିବାର ସକାଳ ପ୍ରାୟ ୮ଟା ସମୟରେ ପାଟପୁର ଥାନା ଅନ୍ତର୍ଗତ ଖୋଲଡ଼ି ଗ୍ରାମର କିଛି ମହିଳାଙ୍କୁ ନେଇ ଏକ ଯାତ୍ରୀବାହୀ ଅଟୋ ଗୁହାଳପୁର ଗ୍ରାମକୁ ଯାଉଥିବା ବେଳେ ଅଟୋଟି ଭାରସାମ୍ୟ ହରାଇ ମୌଳାଭଞ୍ଜା ନିକଟ ରାସ୍ତା ପାଶ୍ୱର୍କୁ ଓଲଟି ପଡ଼ିଥିଲା । ଫଳରେ ଅଟୋରେ ବସିଥିବା ୮ଜଣ ଯାତ୍ରୀ ଆହତ ହୋଇଥିଲେ । ସ୍ଥାନୀୟ ବାସିନ୍ଦା ଆହତ ମାନଙ୍କୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ । ଖବର ପାଇ ଦିଗପହଣ୍ଡି ଥାନା ପୁଲିସ ଘଟଣା ସ୍ଥଳରେ ପହଂଚି ଅଟୋକୁ ଜବତ କରିବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।

Leave A Reply