ବାଇକ ଦୁର୍ଘଟଣାରେ ୨ ମୃତ

0

କାମାକ୍ଷାନଗର: ଢେଙ୍କାନାଳ ମୁଖ୍ୟରାସ୍ତାର ମହୁଲୀଠାରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଡାକ୍ତରଖାନ ନିଆଯାଇଥିଲା। ସେଠାରେ ଡାକ୍ତର ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ଅନ୍ୟ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଜଣାପଡିଛି।

ସୂଚନାଯୋଗ୍ୟ, କାମାକ୍ଷାନଗର ଏନ ଏସି ଅନ୍ତର୍ଗତ ପୁରୁଣାଆଳତୁମା ଗ୍ରାମର ପାତ୍ରସାହିର ବିକାଶ ପାତ୍ରଙ୍କ ପୁଅ ଭୁଲୁ(୨୦),ପର୍ବତିଆ ପାତ୍ରଙ୍କ ପୁଅ ଟୁଲୁ(୨୮) ଓ ଖେତ୍ରବାସୀ ବେହେରାଙ୍କ ପୁଅ କହ୍ନେଇ ପ୍ରମୁଖ ୩ ଜଣ ଏକ ବଜାଜପଲସର ବାଇକରେ ପଣ୍ଡୁଆ ଯାଉଥିଲେ । ମହୁଲୀ ନକଟରେ ଭାରସାମ୍ୟ ହରାଇ ରାସ୍ତା କଡକୁ ବାଇକଟି ଓଲଟି ପଡିବା ଫଳରେ ଘଟଣାସ୍ଥଳରେ ଭୁଲୁ ପ୍ରାଣ ହରାଇଥିଲା। ଟୁଲୁ ଓ କହ୍ନେଇକୁ ଡାକ୍ତଖାନା ନିଆଯାଉଥିବା ରାସ୍ତାରେ ଟୁଲୁର ମୃତ୍ୟୁ ଘଟିଥିଲା।  ଗୁରୁତର ଅବସ୍ଥାରେ କହ୍ନେଇ କାମାକ୍ଷାନଗର ଡାକ୍ତରଖାନରେ ଚିକିତ୍ସାଧୀନ ରହିଛି।

Leave A Reply