ସଡକ ଦୁର୍ଘଟଣାରେ ଦୁଇ ମୃତ, ଦୁଇ ଆହାତ

0

ଆଠଗଡ : ଆଠଗଡ ସହରରୁ ୫କିମି ଦୂର କୁଣ୍ଠକଟା ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଏକ ଟ୍ରକ ସହ ସ୍କୁଟିର ଦୁର୍ଘଟଣା ହୋଇଥିଲା। ଦୁଇଜଣ ଯୁବକଙ୍କ ଦୁର୍ଘଟଣା ହୋଇ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ଅନ୍ୟପକ୍ଷରେ ଏହି ଦୁର୍ଘଟଣାରେ ମା’ ଏବଂ ଝିଅ ଆହତ ହୋଇଛନ୍ତି। ଆହତମାନଙ୍କୁ ଆଠଗଡ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି। ସମ୍ପୃକ୍ତ ଟ୍ରକଟିକୁ ସ୍ଥାନୀୟ ଲୋକମାନେ ପୋଡି ଦେବାସହ ଉକ୍ତ ରାଜ୍ୟ ରାଜପଥ ୩-୪ ଘଣ୍ଟା ବନ୍ଦ କରିଥିଲେ।

Leave A Reply