ସ୍କୁଟି ଧକ୍କାରେ ଦୁଇଜଣ ଗୁରୁତର

0

ସୁଆଣ୍ଡୋ : ଭୁବନେଶ୍ବର – ପୁରୀ ୩୧୬ ନଂ ଜାତୀୟ ରାଜପଥରେ ଭୁବନେଶ୍ବରରୁ ଏକ ଦମ୍ପତି ସ୍କୁଟିରେ ପୁରୀ ଅଭିମୁଖେ ରବିବାର ଆସୁଥିବା ବେଳେ ଜନୈକ କାଉଡିଆ ସହିତ ଧକ୍କା ହୋଇ ଗୁରୁତର ଆହତ ହୋଇଛନ୍ତି। ଘଟଣାରୁ ପ୍ରକାଶ ଯେ ଗୋଟିଏ ଆକ୍ଟିଭାରେ ଭୁବନେଶ୍ବରର ସୌମ୍ଯକାନ୍ତ ସ୍ୱାଇଁ ଓ ତାଙ୍କ ପତ୍ନୀ ପୁରୀ ଆସୁଥିଲେ । ପଟ୍ଟନାୟିକିଆ ଛକ ନିକଟ ଚଣ୍ଡିମନ୍ଦିର ସଂଲଗ୍ନ ନଡ଼ିଆଫାର୍ମ ଆଗରେ ହଁସପାଳ ଗ୍ରାମର ପ୍ରକାଶ ମହାନ୍ତିଙ୍କ ସହିତ ଗାଡ଼ିଧକ୍କା ଲାଗିଥିଲା । ଯାହା ଫଳରେ ସୌମ୍ଯ ଓ ପ୍ରକାଶ ଗୁରୁତର ଆହତ ହୋଇଛନ୍ତି। ଆହତ ଦୁଇଜଣଙ୍କୁ ସାକ୍ଷୀଗୋପାଳ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Leave A Reply