ପୃଥକ ପୃଥକ ସ୍ଥାନରେ ଭୁଶୁଡିଲା ନିର୍ମାଣଧୀନ ପ୍ଲାଏଓଭର

0

ନୂଆଦିଲ୍ଲୀ: ଦେଶରେ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡି ପଡିବା ଏକ ନିୟମିତ ଘଟଣାରେ ପରିଣତ ହୋଇଛି । ଶନିବାର ସକାଳେ ଉତ୍ତରପ୍ରଦେଶର ବସ୍ତିରେ ଥିବା ୨୮ ନମ୍ବର ଜାତୀୟ ରାଜପଥରେ ନିର୍ମାଣଧୀନ ଫ୍ଲାଏଓଭର ଭୁଶୁଡି ପଡିଛି। ଏଥିରେ ୪ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଭଗ୍ନାବଶେଷ ଫ୍ଲାଏଓଭର ତଳେ ଦବି ରହିଥିବା ସନ୍ଦେହ କରାଯାଇଛି। ଗୁରୁତରଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଫସି ରହିଥିବା ବ୍ୟକ୍ତିଙ୍କ ଉଦ୍ଧାର ପାଇଁ ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଏହି ଦୁର୍ଘଟଣା ପରେ ଜାତୀୟରାଜପଥରେ ଯାତାୟତ ଠପ୍ ହୋଇଯାଇଛି। ଏହି ଫ୍ଲାଏଓଭର ନିର୍ମାଣ କାର୍ଯ୍ୟ ୬୦ ପ୍ରତିଶତ ଶେଷ ହୋଇଥିଲା ବୋଲି ସୂଚନା ମିଳିଛି।

ସେହିପରି ପଶ୍ଚିମବଙ୍ଗରେ ଏକ ଫ୍ଲାଏଓଭର ଭୁଶୁଡି ପଡିଥିବା ଖବର ମିଳିଛି। ଶନିବାର ସକାଳେ ସିଲିଗୁରୀର ଗୋଲତୁଳୀ ନିକଟରେ ଟ୍ରେନ୍ ଲାଇନ ଉପର ଦେଇ ଯାଇଥିବା ଜାତୀୟରାଜପଥ ୩୧ ଡି ଫ୍ଲାଏଓଭର ଭୁଶୁଡି ପଡିଛି। ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି।

Leave A Reply