ରାସ୍ତା କଡ଼କୁ ଓଲଟିଲା ବସ୍‍, ୧ ମୃତ, ୩୦ ଆହତ

0

ଧାମନଗର: ଭୁବନେଶ୍ୱରରୁ ବାଲେଶ୍ୱର ଯାଉଥିବା ଏକ ଯାତ୍ରୀ ବାହୀ ବସ୍‍ ରାସ୍ତାକଡ଼କୁ ଓଲଟି ପଡ଼ିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୦ ଜଣ ଆହତ ହୋଇଛନ୍ତି। ୧୬ ନଂ ଜାତୀୟ ରାଜପଥରେ ଘଟିଛି ଏହି ଦୁର୍ଘଟଣା।
ବୁଧବାର ରାତି ପ୍ରାୟ ୯ଟା ବେଳେ ଧାମନଗର ଥାନା ଅନ୍ତର୍ଗତ ମଜୁରିଗଡ଼ିଆଠାରେ ବସଟି ଭାରସମ୍ୟ ହରାଇ ରାସ୍ତା ତଳକୁ ଖସି ପଡ଼ିଥିଲା। ଏକ ଟ୍ରକକୁ ଓଭରଟେକ୍‍ କଲା ବେଳେ ଦୁର୍ଘଟଣା ଘଟିଥିଲା। ବସ୍‍ରେ ଥିବା ସମସ୍ତ ଯାତ୍ରୀ ଆହତ ହୋଇଥିଲେ। ଆହତମାନଙ୍କୁ ଭଦ୍ରକ ଜିଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିଲା। କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ଜଣକ ହେଉଛନ୍ତି ଧୁଷିରି ଥାନା ଅନ୍ତର୍ଗତ ଲୁହ ସାହି ଗ୍ରାମର ପ୍ରଭାକର ଦେଉରିଆଙ୍କ ପତ୍ନୀ ରଶ୍ମିରେଖା ବେଉରିଆ। ପ୍ରଭାକର ମଧ୍ୟ ଗୁରୁତର ଅଛନ୍ତି।

Leave A Reply