ଅଜଣା ଗାଡି ଧକ୍କାରେ ଜଣେ ମୃତ, ରାସ୍ତାରୋକ

0

ଅନୁଗୁଳ: ଅନୁଗୁଳ ଜିଲାର ୫୫ ନଂ ଜାତୀୟ ରାଜପଥ ମରଣ ଯନ୍ତା ପାଲଟିଛି । ଅନୁଗୋଳ ଜିଲା ଜରପଡା ଥାନା ଅନ୍ତର୍ଗତ ବିମଳବେଡା ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ ହେଲେ ଚନ୍ଦନ ପ୍ରଧାନ। ସେ ପ୍ରାତଃ ଭ୍ରମଣ କରୁଥିବା ସମୟରେ ଏକ ଅଜଣା ଗାଡି ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ଚନ୍ଦନଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣାସ୍ଥଳରେ ଉତ୍ତେଜନା ସୃଷ୍ଟି ହୋଇଛି। କ୍ଷତିପୂରଣ ଦାବି ନେଇ ଉତ୍ତ୍ୟକ୍ତ ଲୋକେ ରାସ୍ତାରୋକ କରିଛନ୍ତି।

Leave A Reply