କାଠଯୋଡ଼ି ପୋଲ ଉପରେ ଦୁର୍ଘଟଣା, ୬ ଆହତ

0

କଟକ: କାଠଯୋଡ଼ି ପୋଲ ଉପରେ ଦୁର୍ଘଟଣା ଘଟିଛି। କଟକରୁ କାକଟପୁର ଯାଉଥିବା ଜୟ ମା’ଦୁର୍ଗା ନାମକ ଏକ ଯାତ୍ରୀବାହୀ ବସ୍‌ ଏକ କଲେଜ୍‌ ବସ୍‌ ପଛରୁ ଧକ୍କା ଦେଇଛି। ଫଳରେ ଉଭୟ ବସରେ ଥିବା ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟ ୨ ଜଣ କଲେଜ ଛାତ୍ର ଥିବା ଜଣାପଡିଛି। ସମସ୍ତ ଆହତ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସାଧିନ ରହିଛନ୍ତି।

 

Leave A Reply