ବସ ଧକ୍କାରେ ଡାକ୍ତର ମୃତ

0

ଭୁବନେଶ୍ୱର: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଡାକ୍ତରଙ୍କ ମୃତ ଘଟିଛି। ଗୁରୁବାର ସକାଳେ ଭୁବନେଶ୍ୱର ଚନ୍ଦ୍ରଶେଖରପୁର ପେଟ୍ରୋଲ ପମ୍ପ୍ ନିକଟରେ ଏକ ବସ୍ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରୁ ବସ୍‌ଚାଳକ ଓ ହେଲପର୍‌ ଫେରାର୍ ହୋଇଯାଇ ଥିବା ବେଳେ ପୁଲିସ ପହଞ୍ଚି ଶବ ଜବତ କରିଛି। ମୃତକଙ୍କ ନାମ ବସନ୍ତ ରାଉତ ଓ ଅନୁଗୁଳ ଜିଲାର କାର୍ଯ୍ୟରତ ଜଣେ ମେଡିସିନ୍ ସ୍ପେଶାଲିଷ୍ଟ୍ ବୋଲି ଜଣାପଡିଛି।

Comments
Loading...