ଟ୍ରକ୍ ଧକ୍କାରେ ମହିଳା ମୃତ

0

ରାଉରକେଲା: ପାନପୋଷସ୍ଥିତ ହକି ଛକ ନିକଟରେ ଟ୍ରକ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ଟ୍ରକ୍ ଚାଳକ ଫେରାର ହୋଇଯାଇଛି। ମୃତ ମହିଳାଙ୍କ ପରିଚୟ ମିଳିନଥିବା ବେଳେ ସ୍ଥାନୀୟଲୋକ ଦୁର୍ଘଟଣାସ୍ଥଳରେ ମୃତଦେହ ରଖି ରାସ୍ତା ଅବରୋଧ କରିଛନ୍ତି। ଫଳରେ ରାସ୍ତା ଉପରେ ଶହଶହ ଗାଡି ଅଟକି ରହିଛି।

ସୂଚନାଯୋଗ୍ୟ, ମହିଳା ଜଣଙ୍କ ରାସ୍ତା ପରି ହେଉଥିବା ସମୟରେ ବଣେଇରୁ ରାଉରକେଲା ଆସୁଥିବା ଏକ ଟ୍ରକ୍ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା। ଖବର ପାଇ ରଘୁନାଥପାଲି ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବା ସହ ମୃତ ମହିଳାଙ୍କ ପରିଚୟ ଖୋଜୁଛି।

Leave A Reply