ଘାଟିରେ ଖସିଲା ବସ୍ : ୩୩ ଜଣଙ୍କର ମୃତ୍ୟୁ

0

ମୁମ୍ବଇ: ମହାରାଷ୍ଟ୍ରର ମହାବଳେଶ୍ୱରଠାରେ ଏକ ଯାତ୍ରୀବାହୀବସ ଘାଟିରୁ ୨୦୦ଫୁଟ ତଳକୁ ଖସି ପଡ଼ିବାରୁ ୩୩ ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଛି।  ଖବର ପାଇ ଘଟଣାସ୍ଥଳକୁ ଏନଡିଆରଏଫ ଟିମ୍‍ ପଠାଯାଇଛି। ତେବେ ଯାତ୍ରୀବାହୀ ବସଟି ଗଭୀର ଖାତରେ ପଡ଼ି ଥିବାରୁ ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେଉଥିବା ସୂଚନା ମିଳିଛି।

ଶନିବାର ପୂର୍ବାହ୍ନରେ ରାୟଗଡ଼ ଓ ସତାରା ସୀମାରେ ଏହି ଦୁର୍ଘଟଣା ଘଟିଛି। ଦାପୋଲି କୃଷି ବିଶ୍ଵବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଯାତ୍ରୀବାହୀ ବସଟି ରାୟଗଡ଼ ଅଭିମୂଖେ ଯାତ୍ରା ଆରମ୍ଭ କରିଥିଲା। ଯାତ୍ରା ପୂର୍ବରୁ ଉକ୍ତ ବସ ସମ୍ମୁଖରେ ଛାତ୍ରମାନେ ଫଟୋ ଉତ୍ତୋଳନ କରିଥିଲେ।

Leave A Reply