ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ଓଲଟିଲା ବନବିଭାଗ ଭ୍ୟାନ

ବଡ଼ସାହି : ବାରିପଦା-ଉଦଳା ରାସ୍ତାର ଚାଉଳିଆଶୋଳ ନିକଟରେ ମଙ୍ଗଳବାର ରାତିରେ ବନବିଭାଗର ଏକ ଭ୍ୟାନ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କା ଦେଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିବା ଜଣାପଡିଛି । ଗୁରୁତର ଆହାତ ଅବସ୍ଥାରେ ସାଇକେଲ ଆରୋହୀ ଓ ଭ୍ୟାନ ଚାଳକଙ୍କୁ ବାରିପଦା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ବଡସାହି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଭ୍ୟାନକୁ ଉଦ୍ଧାର କରି ତଦନ୍ତ କରୁଛି । ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଭ୍ୟାନଟି ଶିକାର ରୋକିବା ଡ୍ୟୁଟି ସାରି ଫେରିବା ସମୟରେ ଦୁର୍ଘଟଣା ଘଟିଥିଲା । ଚାଳକଙ୍କ କହିବା ଅନୁଯାୟୀ ସାଇକେଲ ଆରୋହୀଙ୍କୁ ରକ୍ଷା କରିବାକୁ ଯାଇ ଏପରି ଘଟିଛି ।

Comments are closed.