ଦୁଇ ବାଇକ ମୁହାଁ ମୁହିଁ ଜଣେ ମୃତ,ଦୁଇ ଗୁରୁତର

ବଙ୍ଗୋମୁଣ୍ଡା/ମୁରିବାହାଲ : ବଙ୍ଗୋମୁଣ୍ଡା-ହଳଦୀ ରାସ୍ତାର ଚିତ୍ରାମୁଣ୍ଡା ନିକଟ ବୁଲାଣି ଠାରେ  ବୁଧବାର ସନ୍ଧ୍ୟାରେ ଦୁଇ ବାଇକ ମୁହାଁ ମୁହିଁ ହେବାରୁ ଘଟଣା ସ୍ଥଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୁହାଁ ମୁହିଁ ଦୁର୍ଘଟଣାରେ ଟିଟିଲାଗଡ଼ର ଜଣକର ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ଗୁରୁତର ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ଡାକ୍ତରଖାନାକୁ ନିଆଯାଇଥିଲା । ବଙ୍ଗୋମୁଣ୍ଡାର ସୁଶୀଲ ସୁନା(୩୨) କୌଣସି କାମରେ ଟିଟିଲାଗଡ଼ରୁ ଘରକୁ ଫେରୁଥିବା ବେଳେ ବଙ୍ଗୋମୁଣ୍ଡା ପଟରୁ ଦ୍ରୁତ ଗତିରେ ଯାଉଥିବା ଦୁଇ ବାଇକ ଆରୋହୀଙ୍କ ବାଇକ ସହ ଧକ୍କା ହୋଇଥିଲା। ଧକ୍କା ହେବାରୁ ଟିଟିଲାଗଡ଼ ଅଞ୍ଚଳର ଜଣେ ଯୁବକର ଘଟଣା ସ୍ଥଳରେ ଜଣକର  ମୃତ୍ୟୁ ହୋଇଥିବା ଜଣାପଡିଛି । ଦୁଇ ଗୁରୁତରଙ୍କୁ ଚିକିତ୍ସା ପାଇଁ ପଠାଯାଇଛି । ଘଟଣା ସ୍ଥଳରେ ବଙ୍ଗୋମୁଣ୍ଡା ଏବଂ ମୁରିବାହାଲ ପୁଲିସ ପହଞ୍ଚି ତଦନ୍ତ କରୁଛି ।

Comments are closed.