ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଦୁର୍ଘଟଣା ଗ୍ରସ୍ତ : ଅଳ୍ପକେ ବର୍ତ୍ତିଲେ ୨

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅର୍ନ୍ତଗତ ଖୋର୍ଦ୍ଧା-ବଲାଙ୍ଗୀର ୫୭ନଂ ଜାତୀୟ ରାଜପଥର ମାର୍ଦ୍ଦିଙ୍ଗ୍‍ ନିକଟରେ ବୁଧବାର ଏକ ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ଗଛରେ ପିଟିହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି।ତେବେ ସୌଭାଗ୍ୟବଶତଃ ଦୁର୍ଘଟଣାରୁ ଡ୍ରାଇଭର ଏବଂ ଖଲାସୀ ଅଳ୍ପକେ ରକ୍ଷା ପାଇଯାଇଛନ୍ତି। ସୂଚନା ଅନୁସାରେ ଖୋର୍ଦ୍ଧାଜିଲ୍ଲା ଜଟଣୀ ଅଞ୍ଚଳରୁ ଏକ ଏଚ.ପି ଗ୍ୟାସ ସିଲିଣ୍ଡର ବୋଝେଇ ଟ୍ରକ ବଲାଙ୍ଗୀର ଯାଉଥିଲା। ଏହି ସମୟରେ ଭାରସାମ୍ୟ ହରାଇ ଗାଡିଟି ମାର୍ଦ୍ଦିଙ୍ଗ୍‍ ନିକଟରେ ଏକ ଗଛରେ ବାଡେଇ ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଖବର ପାଇ ପୁରୁଣାକଟକ ପୁଲିସ ଘଟଣାର ତଦନ୍ତ ଚଳାଇଛି।

Comments are closed.