କୁହୁଡି ଯୋଗୁଁ ପୁଣି ଦୁର୍ଘଟଣା, ଗୋଟିଏ ପରିବାରର ୪ ମୃତ

0

ବରେଲୀ.- ଉତ୍ତର ପ୍ରଦେଶର ବରେଲୀରେ ସଡକ ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣ ଙ୍କର ମୃତ୍ୟୁ ହୋଇଛି । ମଙ୍ଗଳବାର ସକାଳେ ବରେଲୀର ବିଥ୍ରୀ ଥାନା ଅଞ୍ଚଳରେ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା ।  ଓମିନି ଭ୍ୟାନରେ ଗୋଟିଏ ପରିବାରର ସମସ୍ତେ ଯାତ୍ରା କରୁଥିଲେ । ଘନ କୁହୁଡି ଭିତରେ ଏକ ଟ୍ରକ ଏହି ଓମିନି ଭ୍ୟାନକୁ ଜୋରରେ ଧକ୍କା ଦେଇଥିଲା । ପୁଲିସ ଦୁର୍ଘଟଣାର ଖବର ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ଆହାତମାନଙ୍କୁ ଚିକିତ୍ସାପାଇଁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା ।

ସୂଚନାଯୋଗ୍ୟ ସୋମବାରରେ କୁହୁଡି ଯୋଗୁଁ ଦୁର୍ଘଟଣା ଘଟି  ମହାରାଷ୍ଟ୍ରରେ ୯ ଜଣଙ୍କରମୃତ୍ୟୁ ହୋଇଥିଲା । ସେହିପରି ହରିୟାଣାର ରୋହତକ ଓ ରେଓ୍ୱାରୀ ଜାତୀୟରାଜପଥରେ ସଡକ ଦୁର୍ଘଟଣା ଘଟି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪୦ ଜଣ ଆହତ ହୋଇଥିଲେ ।

Leave A Reply