ରିକ୍ସା ଚାଳକକୁ ବଞ୍ଚାଇବାକୁ ଯାଇ ବସ-ଟ୍ରକ ଧକ୍କା, ୪ ମୃତ ୨୬ ଆହତ

0
କଲକତା . – ପଶ୍ଚିମବଙ୍ଗର ପଶ୍ଚିମ ମେଦିନାପୁର ଜିଲ୍ଲାରେ ବସ୍ ଓ ଟ୍ରକ ଧକ୍କାରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଲେ ୨୬ ଜଣଆହତ ହୋଇଛନ୍ତି । ଜଣେ ରିକ୍ସା ଚାଳଙ୍କୁ ଧକ୍କା ଦେବାକୁ ବଞ୍ଚାଇବାକୁ ଯାଇ ବସ୍ଟି ବିପରୀତ ଦିଗରେ ଆସୁଥିବା ଟ୍ରକକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ଦୁଇଜଣ ଡ୍ରାଇଭରଙ୍କ ସହ ୪ ଜଣ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା ।
ଏହି ଦୁର୍ଘଟଣା କୋଲକତାରୁ ୧୨୦ କିଲୋମିଟର ଦୂର ଚନ୍ଦ୍ରକୋନାରେ ହୋଇଛି । ଏହି ବସ୍ଟି ଖଡଗପୁରରୁ ତାରେକଶ୍ୱର ଯାଉଥିଲା । କୁହୁଡି ଯୋଗୁଁ ରାସ୍ତା ଭଲଭାବରେ ଦେଖାଯାଉ ନଥିଲା । ଆହତବ୍ୟକ୍ତିମାନଙ୍କୁ ପ୍ରଥମେ ଚନ୍ଦ୍ରକୋନ ପରେ ମେଦିନାପୁର ମୁଖ୍ୟଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।
Leave A Reply